2 911 253 libros electrónicos en 111 idiomas
¿No le conviene? No hay problema. Puedes devolver los artículos hasta 30 días
No se equivocará con un vale de regalo. El destinatario puede elegir cualquier producto de nuestra oferta.
Hasta 30 días para devoluciones
ଗୋଲୋକବିହାରୀ ଧଳ (ଡିସେମ୍ବର ୧୫, ୧୯୨୧-ଜୁନ୍ ୨୪,୧୯୭୪) ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ, ଅନୁବାଦକ, ଭାଷାତତ୍ତ୍ୱବିତ୍, ଧ୍ୱନିତତ୍ତ୍ୱବିତ୍ ଏବଂ ଭ୍ରମଣବୃତ୍ତାନ୍ତ ଲେଖକ । ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ପିତା ଭୋଳେଶ୍ୱର ଧଳ ଓ ମାତା ଜାହ୍ନବୀ ଦେବୀଙ୍କ ଔରସରୁ ଜନ୍ମଲାଭ କରି ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲରୁ ସ୍କୁଲ ଶିକ୍ଷା, ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଭାଷାରେ ସ୍ନାତକ (୧୯୪୩), ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର (୧୯୪୫) ଶିକ୍ଷା ସମାପ୍ତ କରି ପ୍ରଥମେ ପୁରୀ କଲେଜରେ ଓ ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୧୯୪୯ରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଉଚ୍ଚତର ଶିକ୍ଷାପ୍ରାପ୍ତି କରି ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶ ଗସ୍ତ କରିଥିଲେ । ୧୯୫୫ରେ ସେ ଆଗ୍ରା ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଶିକ୍ଷାଦାନ କଲେ ଓ ୧୯୭୨ରେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପ୍ରଫେସର ଭାବରେ ଯୋଗଦେଲେ । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ଆମେରିକା ଅନୁଭୂତି (୧୯୫୨), ଲଣ୍ଡନ ଚିଠି (୧୯୫୩), ମଣିଷର ଭାଷା (୧୯୫୩), ଧ୍ୱନି ବିଜ୍ଞାନ (୧୯୫୮), ଓଡ଼ିଆ କେବେ (୧୯୬୩), ଇଂରାଜୀ ଉଚ୍ଚାରଣ ଶିକ୍ଷା (୧୯୬୩), ବିଚାର ଆଲୋଚନା ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନୁବାଦ ପୁସ୍ତକ 'ଗୋଦାନ' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ(୧୯୫୮) ।
¡Hola! Soy Libroamiko, tu asesor de libros.
¿Cómo puedo ayudarte?