2 895 336 libros electrónicos en 110 idiomas
¿No le conviene? No hay problema. Puedes devolver los artículos hasta 30 días
No se equivocará con un vale de regalo. El destinatario puede elegir cualquier producto de nuestra oferta.
Hasta 30 días para devoluciones
'ଛ ମାଣ ଆଠଗୁଣ୍ଠ' ଭୂମି କୈନ୍ଦ୍ରିକ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଜନଜୀବନର ମୂଳଭିତ୍ତି ଥିଲା ଭୂସମ୍ପଦ ଓ ଗୋ ସମ୍ପଦ । ଏତଦ୍ବ୍ୟତୀତ ଗୁଡ଼ାଏ କୁସଂସ୍କାର ଓ ଅନ୍ଧବିଶ୍ୱାସ ଏଭଳି ପ୍ରଭାବ ବିସ୍ତାର କରିଥିଲା ଯେ ସେହି ସମୟର ସମାଜରେ ପୁରୋହିତମାନଙ୍କର କଥାକୁ ବିନା ପ୍ରଶ୍ନରେ ଗ୍ରହଣ କରାଯାଉଥିଲା । ଅଶିକ୍ଷା, ସ୍ୱାର୍ଥପରତା, ଆତ୍ମଗର୍ବ ସହିତ ମିଶି ଯାଇଥିଲା ଅନ୍ୟକୁ ନିମ୍ନ ସ୍ତରର ବୋଲି ପ୍ରତିପାଦନ କରିବାର ମାନସିକତା । ଫକୀରମୋହନ ସ୍ତ୍ରୀଶିକ୍ଷାର ପକ୍ଷପାତୀ ଥିଲେ । କନ୍ୟା ଧନ ବିପକ୍ଷରେ ଲେଖନୀ ଚାଳନା କରିଥିଲେ । ଶିକ୍ଷା କିଭଳି ମଣିଷକୁ ଉଦାର କରିଦିଏ ତାହା ତାଙ୍କର ଅନେକ ରଚନାରେ ପ୍ରତିପାଦିତ । ତେବେ 'ଛାମାଣ ଆଠଗୁଣ୍ଠ'ରେ ଭୂମି ଓ ଧେନୁ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଛ ମାଣ ଆଠଗୁଣ୍ଠ ତାଙ୍କର ପ୍ରଥମ ଉପନ୍ୟାସ ।
'ଛ ମାଣ ଆଠଗୁଣ୍ଠ' ୧୮୯୭ରୁ ୧୮୯୯ ପର୍ଯ୍ୟନ୍ତ ଦୁଇବର୍ଷ କାଳ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟରେ 'ଧୂର୍ଜଟୀ' ଛଦ୍ମ ନାମରେ ପ୍ରକାଶିତ ହେଉଥିଲା । ୧୯୦୨ରେ ଏହା ପୁସ୍ତକ ଆକାରରେ ପ୍ରକାଶିତ ହେଲା । ପୁସ୍ତକରେ ଲେଖକ ଭାବରେ ଫକୀର ମୋହନ ସେନାପତିଙ୍କ ନାମ ଉଲ୍ଲେଖ ଥିଲା । ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ସମୟରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା ।
¡Hola! Soy Libroamiko, tu asesor de libros.
¿Cómo puedo ayudarte?