2 910 879 libros electrónicos en 110 idiomas
¿No le conviene? No hay problema. Puedes devolver los artículos hasta 30 días
No se equivocará con un vale de regalo. El destinatario puede elegir cualquier producto de nuestra oferta.
Hasta 30 días para devoluciones
ସମୟ କେବେ ଫେରେ ନାହିଁ । ସାହିତ୍ୟକୁ କିନ୍ତୁ ଏହା ବାରମ୍ବାର ଫେରେ । ସାହିତ୍ୟରେ ଲିପିବଦ୍ଧ ହୁଏ ସମୟର କାହାଣୀ ।
ସେଥିରେ ଥାଏ କେତେ ଘଟଣା, ଅନୁଭବ । ଥାଏ କେତେ ଚିତ୍ର ଓ ଚରିତ୍ର । ସେଇ ସବୁ କଥା ଓ କାହାଣୀକୁ ନେଇ ମୋର ଏଇ ଆତ୍ମକଥା ।
ଏଥିରେ ଅଛି କିଛି ସ୍ମୃତି, କିଛି ସ୍ୱୀକାରୋକ୍ତି, ଅଛି କିଛି ସ୍ୱପ୍ନ କିଛି ସଂଘର୍ଷର ଅନ୍ତରଂଗ ଗାଥା ।
ମଧ୍ୟବିତ୍ତ ସାଧାରଣ ମଣିଷଟିଏ ମୁଁ । ମୋର ଅଭିଜ୍ଞତା, ଅନୁଭୂତି ମୋର । କେବଳ ମୋର, ଏକାନ୍ତ ନିଜର । ସେ ସବୁକୁ ନେଇ ଆତ୍ମଜୀବନୀଟିଏ ଲେଖିବା କ'ଣ ନିହାତି ଆବଶ୍ୟକ ।
କାହିଁକି ଲେଖିବି, କାହାପାଇଁ ଲେଖିବି ।
ଏ ପ୍ରଶ୍ନ ମତେ ବାରମ୍ବାର ପ୍ରଶ୍ନାକୂଳ କରିଛି । ଅନେକ ସତୀର୍ଥଙ୍କର କିନ୍ତୁ ଅନୁରୋଧ ଜୀବନାଲେଖ୍ୟ ଟିଏ ଲେଖିବାକୁ ।
ଭାବିଲି ମୁଁ ବଂଚିଥିବା ସମୟ, ଭୋଗିଥିବା ଜୀବନ, ଭେଟିଥିବା ଚରିତ୍ରମାନଙ୍କୁ ନେଇ କିଛି କଥା ତ କୁହାଯାଇ ପାରିବ । ମୋର ଏ ପ୍ରୟାସ ହୁଏତ କାହାରି ମନରେ ନିରୋଳା ଆନନ୍ଦ ଟିକିଏ ତ ଦେଇପାରିବ ।
ମୋ ଜୀବନର ନିଷ୍କପଟ ଅଭିବ୍ୟକ୍ତି ଏଥିରେ ରୂପାୟିତ । ନା ଅଛି ଛଳନା, ନା ଆତ୍ମ ବଡ଼ିମା ।
ଅଛି କେବଳ ମୋ ଜୀବନ ଜାହ୍ନବୀର ସଜଳ ସ୍ମୃତିର ଟୋପାଏ ଲୁହ, ଚେନାଏ ହସ ।
ମୁଁ ଅଛି ଏ ସବୁରେ
ଚେତନାର ଏଇ ଅଭିଯାତ୍ରାରେ
ଶୁଣୁଛି ପିଛିଲା ଦିନର ପାଦଶବ୍ଦ
ନିରବଧି କାଳ ଭିତରୁ ।
¡Hola! Soy Libroamiko, tu asesor de libros.
¿Cómo puedo ayudarte?