2 910 883 libros electrónicos en 110 idiomas
¿No le conviene? No hay problema. Puedes devolver los artículos hasta 30 días
No se equivocará con un vale de regalo. El destinatario puede elegir cualquier producto de nuestra oferta.
Hasta 30 días para devoluciones
କାହାଣୀରେ ଜୀବନ ଥିଲେ କାହାଣୀ ହୁଏ ହୃଦ୍ୟ । ଜୀବନରେ କାହାଣୀ ଥିଲେ ଜୀବନ ହୁଏ ଭବ୍ୟ । ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କର ଗଳ୍ପଗୁଡ଼ିକରେ ଜୀବନ ଦିଶିଯାଏ । ତେଣୁ ଗଳ୍ପଟିଏ ଆରମ୍ଭ କଲେ ଶେଷ କରିବାକୁ ମନ ବଳେ । ବେଳେବେଳେ ଚମକାଇ ଦିଏ 'ପଜଲ୍' ଭଳି ଗଳ୍ପ ଯାହା ଘଟିବା ଉଚିତ୍ ନହେଲେ ମଧ୍ୟ ସମାଜରେ ଘଟୁନାହିଁ ବୋଲି କହିହେବ ନାହିଁ । ତାଙ୍କର 'ଭାତବାଲା' ଗଳ୍ପ ସତ୍ୟର ଗଳ୍ପରୂପ ପରି ଲାଗେ, ହୃଦୟକୁ ଛୁଏଁ । ତାଙ୍କର ଗଳ୍ପଗୁଡ଼ିକ ଆକାଶରୁ ଉଲ୍କା ଭଳି ଖସନ୍ତି ନାହିଁ, ମାଟିରୁ ପାଦତଳର ଘାସ ଭଳି ମୁଣ୍ଡ ଟେକନ୍ତି, ସମାଜର ଚିତ୍ରପଟ ପାଲଟିଯାଆନ୍ତି । ଦେବପ୍ରିୟଙ୍କର ହାତମୁଠାରେ ଜୀବନ କଥାକୁହେ । ତାଙ୍କର ଗାଳ୍ପିକ ଜୀବନ ସମ୍ଭାବନାମୟ । ଅଶେଷ ଆଶୀର୍ବାଦ ।
- ପ୍ରତିଭା ରାୟ
ଦେବପ୍ରିୟଙ୍କ କାହାଣୀରେ ନାଟକ ଅଛି, କବିତାର ଝଲକ ଅଛି । ଅନେକ ଗପ ଏକ ନିଶ୍ୱାସରେ ପଢିବା ଭଳି । ସାଧାରଣ ଜୀବନ ଭିତରେ ଅସାଧାରଣ ଚରିତ୍ରକୁ ଆବିଷ୍କାର କରିବାରେ ତାଙ୍କର ରହିଛି ଅଦ୍ଭୁତ ଦକ୍ଷତା ।
- ତରୁଣକାନ୍ତି ମିଶ୍ର
ଜଣେ ସଚେତନ ଓ ସଂଯତ ଗାଳ୍ପିକ ରୂପେ ନିଜର ପରିଚୟ ସୃଷ୍ଟି କରିିଥିବା ଦେବପ୍ରିୟ ଚଳନ୍ତି ସମୟର ଅନ୍ୟତମ ଅଗ୍ରଣୀ ଯୁବ ଲେଖକ । ଓଡ଼ିଆ ଗଳ୍ପର ପ୍ରବାହଧାରାକୁ ଅବିରତ ପ୍ରଖର କରିବାଦିଗରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ । ଦେବପ୍ରିୟଙ୍କ ଗଳ୍ପର କଥାବସ୍ତୁ ତାଙ୍କ ଅନୁଭୂତିରୁ ଉପଜାତ ଏବଂ ଉପସ୍ଥାପନା ଶୈଳୀ ଅଭିନବ ।
-ସଦାନନ୍ଦ ତ୍ରିପାଠୀ
ଦେବପ୍ରିୟ ସମକାଳର ଜଣେ ଅନୁଭୂତିସଂପନ୍ନ ନିଷ୍ଠାପର କଥାକାର । ତାଙ୍କ ଗଳ୍ପର ଆତ୍ମା - ବଳିଷ୍ଠ କାହାଣୀ, ସାମାଜିକ ବାସ୍ତବତା ଓ ପ୍ରତ୍ୟକ୍ଷ ଅନୁଭବର କଳାତ୍ମକ ଉପସ୍ଥାପନ । ବର୍ଣ୍ଣନାର ସଂକ୍ଷିପ୍ତତା ଓ କଥାକୁହା ଭାଷାର ପ୍ରୟୋଗ ଯୋଗୁ ଆରମ୍ଭରୁ ଶେଷ ଯାଏ ସ୍ରୋତର ଅନୁକୂଳରେ ପାଠକକୁ ଭସାଇନିଏ ତାଙ୍କ ଗପ ନଈର ମଝଧାର । ଓଡ଼ିଆ ସାହିତ୍ୟର ଗପ ପୃଥିବୀରେ ଦେବପ୍ରିୟ ପାଠକୀୟତାର ସଶକ୍ତ ଯୁକ୍ତାକ୍ଷର ।
-ଭୀମ ପୃଷ୍ଟି
¡Hola! Soy Libroamiko, tu asesor de libros.
¿Cómo puedo ayudarte?