2 869 855 libros electrónicos en 110 idiomas
¿No le conviene? No hay problema. Puedes devolver los artículos hasta 30 días
No se equivocará con un vale de regalo. El destinatario puede elegir cualquier producto de nuestra oferta.
Hasta 30 días para devoluciones
ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି 'ତିନି ଓସ୍ତାଦ୍' । ଓଲ୍ଟୁ, ପାଲ୍ଟୁ ଓ ଢୋଲ୍କି ସ୍କୁଲ୍ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା । ସେହି ଦ୍ୱୀପର ମଣିଷମାନଙ୍କୁ ସେମାନେ ଶିକ୍ଷିତ କରିଛନ୍ତି । ନୂଆ ସମାଜଟିଏ ଗଢ଼ିଉଠିଛି । ଫଳ ଫୁଲରେ ଭରା ଦ୍ୱୀପଟିର ନାମ ଦେଇଛନ୍ତି 'ସବୁଜ ଦ୍ୱୀପ' । ଶେଷରେ ବାହାଦୁରର ଦୁଃସାହସ ଓ ବୁଦ୍ଧି ପାଇଁ ଗୋଟିଏ ଜାହଜ ସବୁଜ ଦ୍ୱୀପ ନିକଟରେ ପହଞ୍ଚିଛି । ସେମାନେ ଗୋଟାଏ ବନ୍ଧୁଦ୍ୱୀପରୁ ବିଦାୟ ନେଇ ଫେରିଛନ୍ତି ନିଜ ଦେଶକୁ । ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଦେଶକୁ ଆ ଏହି ପୁସ୍ତିକାରେ ଅଛି ଦେଶପ୍ରେମ, ପ୍ରକୃତିପ୍ରେମ, ପଶୁପ୍ରେମ-ଜୀବେଦୟା, ମଣିଷ ପ୍ରତି ବିଶ୍ୱାସ, ସାକ୍ଷରତା ଅଭିଯାନ ଏବଂ ଜ୍ଞାନବିଜ୍ଞାନର ସରଳ କାହାଣୀ ।
¡Hola! Soy Libroamiko, tu asesor de libros.
¿Cómo puedo ayudarte?