2 881 703 libros electrónicos en 110 idiomas
¿No le conviene? No hay problema. Puedes devolver los artículos hasta 30 días
No se equivocará con un vale de regalo. El destinatario puede elegir cualquier producto de nuestra oferta.
Hasta 30 días para devoluciones
୧୯୯୦-୯୧ ମସିହା ଭାରତର ଅର୍ଥନୈତିକ ଇତିହାସର ଏକ ସନ୍ଧିକ୍ଷଣ । ଏହି ସମୟରେ ହିଁ ଭାରତର ଆର୍ଥିକ ଉଦାରୀକରଣ ନୀତିର ପ୍ରଚଳନ ହୋଇଥିଲା । ଏହି ଆର୍ଥିକ ଉଦାରୀକରଣ ବ୍ୟବସ୍ଥାର ପ୍ରଭାବ ବିଗତ ତିରିଶବର୍ଷ ଧରି ଭାରତୀୟ ଜନଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବିଦେଶୀ କମ୍ପାନୀମାନେ ଭାରତୀୟ ବଜାରରେ ପ୍ରବେଶ କରିଥିବାରୁ ଭାରତୀୟ ଗ୍ରାହକମାନେ ଲାଭବାନ ହୋଇଛନ୍ତି । ବିଦେଶୀ ପୁଞ୍ଜିର ସଫଳ ବିନିଯୋଗ ହେତୁ ଭାରତୀୟ ପ୍ରତିଭୂତି ବଜାରର ସୂଚନାଙ୍କ ବହୁମାତ୍ରାରେ ବୃଦ୍ଧିପାଇଛି । ଆୟାତ-ନିର୍ଯ୍ୟାତ ଆଇନ୍ରେ ପରିବର୍ତ୍ତନ ହେତୁ ଭାରତୀୟ କମ୍ପାନୀମାନେ ବିଶ୍ୱ ବଜାରରେ ନିଜର ଉତ୍ପାଦ ବିକିବା ସହ ନୂତନ ଜ୍ଞାନକୌଶଳ ଆହରଣ କରି ବିଦେଶୀ କମ୍ପାନୀମାନଙ୍କୁ କିଣିବାରେ ସକ୍ଷମ ହୋଇଛନ୍ତି । ଆର୍ଥିକ ଉଦାରୀକରଣର ଏହିଗୁଡ଼ିକ ହେଲା ଯୁକ୍ତାତ୍ମକ ପ୍ରଭାବ । ସମାଜରେ ବଢ଼ୁଥିବା ଧନୀ-ଗରିବର ତାରତମ୍ୟ, ଭ୍ରଷ୍ଟାଚାର, ସର୍ବସାଧାରଣ ସମ୍ପତ୍ତି ଉପରେ ପ୍ରମୁଖ ଭାରତୀୟ ନିଜ କ୍ଷେତ୍ର କମ୍ପାନୀମାନଙ୍କର ଲୋଲୁପଦୃଷ୍ଟି ଏବଂ ସାଂସ୍କୃତିକ ପ୍ରଦୂଷଣ ସହ ଯୌଥ ପାରିବାରିକ ବ୍ୟବସ୍ଥାର ଭଙ୍ଗୁରତା ବୃଦ୍ଧିପାଇବା ଅତ୍ୟନ୍ତ ଚିନ୍ତାର ବିଷୟ । ନବେ ଦଶକର ଆରମ୍ଭରୁ ମୋର ଧ୍ୟାନ, ଅନୁଶୀଳନ ଓ ଗବେଷଣା ଭାରତର ଅର୍ଥନୈତିକ ବ୍ୟବସ୍ଥା, ବଜାର ଓ ଏହାର ପ୍ରଭାବ ଏବଂ ଗ୍ରାହକୀୟ ବ୍ୟବହାର ଉପରେ ରହିଛି । ବଜାର ବ୍ୟବସ୍ଥା ଓ ଗ୍ରାହକ ବ୍ୟବହାରର ଛାତ୍ର ଏବଂ ପରବର୍ତ୍ତୀ ସମୟରେ ଶିକ୍ଷକ ହୋଇଥିବାରୁ ମୁଁ ବିଭିନ୍ନ ସମୟରେ ସାଧାରଣ ପାଠକମାନଙ୍କ ପାଇଁ ବୋଧଗମ୍ୟ ଭାଷାରେ 'ବଜାର ଯୁଦ୍ଧ' ନାମରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ଲେଖିବା ଆରମ୍ଭ କରିଥିଲି । ଅର୍ଥନୀତିର ଜଟିଳ ଗଣିତ ଓ ବ୍ୟାଖ୍ୟାରୁ ମୁକ୍ତ କରି ବଜାର ଓ ବ୍ରାଣ୍ଡ ସମ୍ବନ୍ଧୀୟ ବିଭିନ୍ନ ରୋଚକ ତଥ୍ୟମାନଙ୍କୁ ସାଧାରଣ ପାଠକ ସାମ୍ନାରେ ପ୍ରସ୍ତୁତ କରିଥିଲି । ଏପରି ଏକ ସ୍ତମ୍ଭ ପ୍ରକାରାନ୍ତରେ ଓଡ଼ିଶାର ଖବରକାଗଜ ଜଗତରେ ଏକ ସଫଳ ପରୀକ୍ଷା ବୋଲି ଅନେକ ମତ ଦେଇଥିଲେ ।
¡Hola! Soy Libroamiko, tu asesor de libros.
¿Cómo puedo ayudarte?